ବଦଳି ପାଇଁ ଉଚ୍ଚଶିକ୍ଷା ବିଭାଗରେ ହେବ ନୂଆ ଗାଇଡଲାଇନ୍

ଭୁବନେଶ୍ଵର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କଲେଜ୍ ଅଧ୍ୟାପକମାନଙ୍କ ବଦଳି ବା ଟ୍ରାନ୍ସଫର ବ୍ୟବସ୍ଥାର ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ପିଏମଆଇଏସ୍ ୱେବସାଇଟ ମାଧ୍ୟମରେ କରାଯିବ ଆବେଦନ। ବିଭାଗ ଏ ନେଇ ଖୁବଶୀଘ୍ର ଗାଇଡଲାଇନ୍ ଆଣିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ୍ ଅଧ୍ୟାପକଙ୍କ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ଉପାନ୍ତ ଅଂଚଳରେ ନିଯୁକ୍ତ ଅଧ୍ୟାପକମାନେ ବିଭିନ୍ନ କାରଣ ଦର୍ଶାଇ ବଦଳି ହେଉଛନ୍ତି। ଏପରିକି ବିଭିନ୍ନ ସ୍ଥାନରେ ଲବି କରି ଅଧ୍ୟାପକମାନେ ନିଜ ଅଂଚଳକୁ ଫେରିଆସୁଥିବା ଦେଖାଯାଉଛି। ଏହାକୁ ରୋକିବାକୁ ଏକ ଗାଇଡଲାଇନ୍ ଆଣିବାକୁ ଉଚ୍ଚଶିକ୍ଷା ବିଭାଗ ସ୍ଥିର କରିଛି ବୋଲି ସେ କହିଥିଲେ।

ମତାମତ ଦିଅନ୍ତୁ ।