ବର୍ଷକରେ ଦୁଇ ଥର ହେବ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : ଶିକ୍ଷାକୁ ଦୃଷ୍ଟିରେ ରଖି ଶିକ୍ଷାନୀତିରେ ଆସିଲା ବଡ଼ ପରିବର୍ତ୍ତନ। ନୂଆ ଶିକ୍ଷା ନୀତି ଅନୁସାରେ ୩ୟ, ୫ମ ଏବଂ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ବୋର୍ଡ ପରୀକ୍ଷା। ମୂଳ ନିୟମ ଅନୁସାରେ ୧୦ମ ଓ ଦ୍ବାଦଶ ଶ୍ରେଣୀରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବା ଫଳରେ ସେମାନଙ୍କ ଉପରେ ମାନସିକ ଚାପ ପଡ଼ୁଛି। ଫଳରେ କୋଚିଂ ସେଣ୍ଟରଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହାକୁ ନୀତିକୁ ଦୃଷ୍ଟିରେ ଏବେ ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା କରାଯିବ। ଏହି ନୂଆ ନୀତିରେ ପରିବର୍ତ୍ତନ ଆସିଲେ ପିଲାଙ୍କ ଉପରେ ପଡ଼ୁଥିବା ମାନସିକ ଚାପର ପ୍ରଭାବ କମିବ। ଏହା ଦ୍ବାରା ସେମାନେ ଭଲ ନମ୍ବର ରଖି ଉର୍ତ୍ତୀଣ୍ଣ ହେବେ ବୋଲି ଆଶା କରାଯାଉଛି। ଏହି ନୂଆ ନିୟମ ସିବିଏସ୍ଇ ତରଫରୁ ୨୦୨୦ ବୋର୍ଡ ପରୀକ୍ଷାରେ ଆରମ୍ଭ ହେବ ବୋଲି ପ୍ରସ୍ତାବ ଦିଆଯାଇଛି।

ମତାମତ ଦିଅନ୍ତୁ ।