ବଲିଉଡରେ ଚର୍ଚ୍ଚାରେ ରହିଛି ‘ଗର୍ମି ସଙ୍ଗ୍’ର ବୋଲ୍ଡ ସିନ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ : ବଲିଉଡରେ ଇଣ୍ଡଷ୍ଟ୍ରିରେ ଏବେ ଚର୍ଚ୍ଚାରେ ରହିଛି ‘ଗର୍ମି ସଙ୍ଗ୍’ର ବୋଲ୍ଡ ସିନ୍। ଖୁବ୍ ଶୀଘ୍ର ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଟ୍ରେଲର ରିଲିଜ୍ ହେବା ପରେ ଫିଲ୍ମର ଅତିରଞ୍ଜିତ ଗୀତ ବି ରିଲିଜ୍ ହୋଇଛି। ଏହି ଗୀତଟିରେ ଏତେ ବୋଲ୍ଡ ସିନ ରହିଛି ଯେ, ଯାହାର ପ୍ରାରମ୍ଭରେ ଦିଆଯାଇଛି ଏକ ଚେତାବନୀ। ଏଥିରେ କୁହାଯାଇଛି ‘ସାବଧାନ,  ଆପଣ ଯାହା ଦେଖିବାକୁ ଯାଉଛନ୍ତି ତାହା ଏତେ ହଟ୍ ତାକୁ ନଜରଅନ୍ଦାଜ କରିବା ମୁସ୍କିଲ।’

ବରୁଣ ଧବନ ଓ ଶ୍ରଦ୍ଧା କପୁର ଏବଂ ନୋରା ଫତେହୀଙ୍କ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର 3D’। ଏହି ଫିଲ୍ମର ଗୀତ ‘ଗର୍ମି ସଙ୍ଗ୍’ ରିଲିଜ୍ ହୋଇସାରିଜି। ଗୀତରେ ନୋରା ଫତେହୀଙ୍କର ରହିଛି ବୋଲ୍ଡ ସିନ୍। ଗର୍ମି ସଙ୍ଗ୍’କୁ ରାପର ଓ ସିଙ୍ଗର ବାଦଶାହ ଗାଇଛନ୍ତି। ଷ୍ଟ୍ରିଟ୍ ଡ୍ୟାନ୍ସର 3D ଫିଲ୍ମରେ ଭରପୂର ଡ୍ୟାନ୍ସ, ମ୍ୟୁଜିକ୍‌, ରୋମାନ୍ସ ଆଉ ଡ୍ରାମା ଦେଖିବାକୁ ମିଳିବ। ବହୁ ପ୍ରତୀକ୍ଷିତ ଏହି ଫିଲ୍ମର ଟ୍ରେଲର୍‌ ଆସିଯାଇଛି। ସିନେପ୍ରେମୀ ତଥା ଡ୍ୟାନ୍ସ ଓ ମ୍ୟୁଜିକ୍‌ ଲଭର୍ସଙ୍କ ପାଇଁ ଏହା ସ୍ପେଶାଲ ମନେହୁଏ। ଏଥିରେ ଭାରତ-ପାକ୍‌ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ। କିନ୍ତୁ ଏସବୁ ଡ୍ୟାନ୍ସରେ।

ଫିଲ୍ମରେ ଶ୍ରଦ୍ଧା-ବରୁଣଙ୍କ ବ୍ୟତୀତ ଚର୍ଚ୍ଚିତ ଡ୍ୟାନ୍ସର୍‌ ନୋରା ଫତେହି ଓ ମାଷ୍ଟର ଡ୍ୟାନ୍ସର୍‌ ପ୍ରଭୁଦେବା ଡ୍ୟାନ୍ସ ଫ୍ଲୋର୍‌ରେ କମାଲ୍‌ ଦେଖାଇବେ। ଟ୍ରେଲର୍‌ରେ ପ୍ରଭୁଦେବାଙ୍କ ସୁପର୍‌ହିଟ୍‌ ‘ମୁକାବ୍‌ଲା ଓ ଲୈଲା..’ ସାଙ୍ଗକୁ ପଣ୍ଡିତ ଭୀମ୍‌ସେନ୍‌ ଯୋଶୀଙ୍କ ‘ମିଲେ ସୁର୍‌ ମେରା ତୁମ୍‌ହାରା..’ ଗୀତର ଝଲକ ମଧ୍ୟ ରହିଛି। ଯାହା ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ବାର୍ତ୍ତା ଦେଇଥିବା ବେଳେ ଫିଲ୍ମରେ ରହିଥିବା ଦମ୍‌ଦାର ଡାଏଲଗ୍‌ ନିଶ୍ଚିତ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବ।

ମତାମତ ଦିଅନ୍ତୁ ।