ବସ୍‌ ଧକ୍କାରେ ଗଲା ଛାତ୍ରର ଜୀବନ

ଭୁବନେଶ୍ଵର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟର ୨୬ ନମ୍ବର ଜାତୀୟ ରାଜପଥରେ ବସ୍‌ ଧକ୍କାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସେ ମଥୁରା ଗାଁର ବିଶିକେଶନ ବଗର୍ତ୍ତିଙ୍କ ପୁଅ ଧର୍ମାନନ୍ଦ ବଗର୍ତ୍ତି। । ଆଜି ସକାଳେ ଧର୍ମାନନ୍ଦ ସାଇକେଲ୍‌ରେ ଯାଉଥିବା ବେଳେ ମୁଖିଗୁଡ଼ାରୁ ଭବାନୀପାଟଣା ଯାଉଥିବା ବସ୍‌ଟି ଧକ୍କା ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ପୋଲିସ୍‌ ବସ୍‌ଟିକୁ ଜବତ କରିବା ସହ ଡ୍ରାଇଭର୍ ଓ ହେଲପର୍‌ଙ୍କୁ ଅଟକ ରଖିଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।