ବାତ୍ୟାର ସ୍ଥିତି ଦୁଇଦିନ ପରେ ସ୍ପଷ୍ଟ ହେବ

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଦୁଇ ତିନିଦିନ ମଧ୍ୟରେ ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ। ତେଣୁ ଆସନ୍ତା ଦୁଇଦିନରେ ବାତ୍ୟା ହେବ କି ନାହିଁ ସ୍ପଷ୍ଟଚିତ୍ର ଜଣାପଡିବ। ଯଦି ବାତ୍ୟାର ଆଶଙ୍କା ରହେ ତା’ହେଲେ ଏହାର ନାଁ ‘ବୁଲବୁଲ୍‌’ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି।

ଆହୁରି କୁହାଯାଇଛି ଲଘୁଚାପ ପ୍ରଭାବରେ ଆସନ୍ତା ୮-୯ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ପାଣିପାଗ ବିଜ୍ଞାନୀଙ୍କ ଆକଳନ ଠିକ୍ ହୁଏ ତାହେଲେ ଡିପ୍ ଡିପ୍ରେସନ୍ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। କିନ୍ତୁ ଇଣ୍ଡିଆନ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ-ଇନକଏସ୍ ପକ୍ଷରୁ ଜାରି ସଦ୍ୟତମ ମଡେଲରେ ସମ୍ଭାବ୍ୟ ବାତ୍ୟା ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଜଗତସିଂହପୁରରୁ କେନ୍ଦ୍ରାପଡ଼ା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି।

ମତାମତ ଦିଅନ୍ତୁ ।