ବାପା ରାଗରେ ଭୁଲ୍ ନିଷ୍ପତ୍ତି ନେଇଥିଲେ- ସମ୍ବିତ ରାଉତରାୟ

ଭୁବନେଶ୍ୱର : ବିଜେପିରେ ମିଶିବା ବାପାଙ୍କର ଭୁଲ୍ ନିଷ୍ପତ୍ତି ଥିଲା। ଦୁର୍ବଳ ମୁହୂର୍ତ୍ତରେ ବାପାଙ୍କୁ ଡାକି ସେମାନେ ବିଜେପିରେ ମିଶାଇଥିଲେ। ମୁଁ ଅଟକାଇବାକୁ ଚେଷ୍ଟା କରିଥିଲି ହେଲେ ସେ ମାନି ନଥିଲେ। ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏହା କହିଛନ୍ତି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି ବାପାଙ୍କ ମନ ଓ ପ୍ରାଣ ବିଜୁବାବୁଙ୍କର। ତେଣୁ ସେ ଅନ୍ୟ କୌଣସି ଦଳକୁ ଗଲେ ସହଜ ଅନୁଭବ କରି ପାରିବେ ନାହିଁ। ବାପା ରାଗରେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ।

ମତାମତ ଦିଅନ୍ତୁ ।