ବାଳ ଅପରାଧ ମାମଲାର ବିଚାର ପାଇଁ ହେବ ଫାଷ୍ଟଟ୍ରାକ କୋର୍ଟ

ନୂଆଦିଲ୍ଲୀ: ଦେଶରେ ଛୋଟ ପିଲାଙ୍କ ବିରୋଧରେ ୧.୬ ଲକ୍ଷ ଅପରାଧିକ ମାମଲା ପଡ଼ି ରହିଛି। ଏହାର ବିଚାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରାଯିବ । ଏଥିସହ ପୋକ୍ସ ଆକ୍ଟକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ରାଜ୍ୟସଭାରେ କହିଛନ୍ତି ଗୃହ ରାଜ୍ୟମନ୍ତ୍ରୀ ଜି କିଶାନ ରେଡ୍ଡୀ।

ଶ୍ରୀ ରେଡ୍ଡୀଙ୍କ ସୂଚନା ଅନୁଯାୟୀ ଖୁବଶୀଘ୍ର ଏହି ଦୁଇଟି ପ୍ରସଙ୍ଗ କ୍ୟାବିନେଟ ମିଟିଂରେ ଆଗତ କରାଯିବ । ପ୍ରଥମେ ଫାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ପଡ଼ି ରହିଥିବା ମାମଲା ଗୁଡ଼ିକରେ ବିଚାର ହେବ। ପରେ ପୋକ୍ସ ଆକ୍ଟକୁ ସଂଶୋଧନ କରାଯାଇ ଆହୁରି ମଜଭୁତ କରାଯିବ। ଦୁଇ ବର୍ଷ ମଧ୍ୟରେ ଏ ସମସ୍ତ ମାମଲାର ବିଚାର ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।