ବିଜେଡି ଜିତିଲା ବିଜେପୁର ବାଜି, ରେକର୍ଡ କଲେ ରୀତା

ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେଡି ବାଜି ଜିଟିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ସୃଷ୍ଟିକରିଛନ୍ତି ରେକର୍ଡ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭ ହଜାର ୯୯୪ ଭୋଟ୍‌ ବ୍ୟବଧାନରେ ସେ ପରାଜିତ କରିଛନ୍ତି। ରୀତାଙ୍କୁ ମୋଟ ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ସନତ ଗଡ଼ତିଆଙ୍କୁ ମିଳିଛି ୩୭୯୬୭ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫୮୭୩ ଖଣ୍ଡ ଭୋଟ୍‌ ପାଇଛନ୍ତି।

ମତାମତ ଦିଅନ୍ତୁ ।