ବିଜେପୁରରେ ୧୩୫ ସମ୍ବେଦନଶୀଳ ବୁଥ

ଭୁବନେଶ୍ୱର : ଆସନ୍ତା ୨୧ତରିଖରେ ହେବ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ଏହି ନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନିର୍ବାଚନମଣ୍ଡଳୀର ମୋଟ ୨୮୫ଟି ପୁଲିଂ ବୁଥ୍‌ ମଧ୍ୟରୁ ୧୩୫ଟି ବୁଥ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଏହି ସମସ୍ତ ବୁଥ ଗୁଡିକରେ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯିବ। ୭ଟି ବୁଥରେ ୱେବ କାଷ୍ଟିଂ କରାଯିବ। ୧୪ଟି ବୁଥରେ ସିସିଟିଭି ଲଗାଯିବା ସହ ୧୬ଟି ବୁଥରେ ଭିଡିଓଗ୍ରାଫି କରିବାକୁ ନିଷ୍ପତି ନିଆଯାଇଛି। ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ କହିଛନ୍ତି। ଏଇ ନିର୍ବାଚନରେ ମୋଟ୍‌ ୨ଲକ୍ଷ ୩୨ହଜାର୨୬୪ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ୨୪ରେ ଭୋଟ୍‌ ଗଣତି ହେବ।

ମତାମତ ଦିଅନ୍ତୁ ।