ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା

ନୂଆଦିଲ୍ଲୀ : ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଶିକ୍ଷକ ବିଦ୍ୟାଳୟରେ ଥିବା ସମୟରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ । ଯଦି କୈାଣସି ଶିକ୍ଷକ ମୋବାଇଲ ବ୍ୟବହାର କରୁଥିବାର ଦେଖାଯିବ ତାହେଲେ ସେମାନଙ୍କୁ ଏବଂ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁ​‌ଷ୍ଠାନ ନିଆଯିବ। ଏଭଳି ଆଦେଶ ଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି।

ଏନେଇ ଶିକ୍ଷା ବିଭାଗର ସଂଯୁକ୍ତ ନିର୍ଦେଶକ ଦେବଲତା ବିକାନେର ସଂଭାଗର ଶ୍ରୀଗଙ୍ଗାନଗର, ଜୁରୁ, ବେକାନେର ଏବଂ ହନୁମାନଗଡ଼ ଜିଲ୍ଲାର ଜିଲ୍ଲା ଶିକ୍ଷାଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ସମୟରେ ମୋବାଇଲ ବନ୍ଦ ରଖିବାକୁ ନିର୍ଦେଶ ଜାରି କରିଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ କର୍ମଚାରୀ ମୋବାଇଲ ବ୍ୟବହାର କରିବା ଫଳରେ ପିଲାଙ୍କର ପାଠ ପଢ଼ା ମାହୋଲ ଖରାପ ହୋଇଯାଉଛି। ଲକ୍ଷ୍ୟ କରାଯାଇଛି କି ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଫେସବୁକ, ହ୍ବାଟସଅପ ଓ ଅନ୍ୟ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହୁଛନ୍ତି। ଫଳରେ ପିଲାଙ୍କ ପାଠ ପଢ଼ାରେ ଅବହେଳା ସୃଷ୍ଟି ହେଉଛି। ତେଣୁ ବିଦ୍ୟାଳୟରେ ସମୟରେ କର୍ମଚାରୀଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଖୋଦ୍ ଶିକ୍ଷା ବିଭାଗ ନିର୍ଦେଶ ଜାରି କରିଛି।

ମତାମତ ଦିଅନ୍ତୁ ।