ବିନା ତାରରେ ଚାର୍ଜ ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଆଗାମୀ ବର୍ଷ ଭାରତ ବଜାରରେ ଓ୍ଵୟାରଲେସ କ୍ୟୁ-୧ ଚାର୍ଜର ଉପଲବ୍ଧ ହେବାକୁ ଯାଉଛି। ଯେଉଁଥିରେ ରହିଛି ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ସୁବିଧା ବୋଲି ଦାବି କରାଯାଏ। ୨୦୨୦ ମସିହା ସୁଦ୍ଧା ଏହି ଚାର୍ଜର ବଜାରରେ ଉପଲବ୍ଧ ହେବ। ତେବେ ଓ୍ଵୟାରଲେସ କ୍ୟୁ-୧ ଚାର୍ଜର କ’ଣ ଓ କିଭଳି ସ୍ମାର୍ଟଫୋନ୍‌ରେ କାମ କରିବ ଆସନ୍ତୁ ସେ ବିଷୟରେ ଜାଣିବା।

୧. ଅନ୍ୟ ଚାର୍ଜର ଅପେକ୍ଷା କ୍ୟୁ-୧ ଚାର୍ଜର ଖୁବ୍‌ କମ୍‌ ଶକ୍ତି ବ୍ୟବହାର କରିବ। କିନ୍ତୁ ସ୍ମାର୍ଟଫୋନକୁ ଏହି ଚାର୍ଜରକୁ ସ୍ପର୍ଶ କରିବ ନାହିଁ।

୨. ଫୋନ୍‌ ଚାର୍ଜରଠାରୁ ୪୫ଏମ୍‌ଏମ୍‌ ଦୂରତାରେ ରହିବ। ବିନା ତାରରେ ପ୍ଲଗରେ ଚାର୍ଜ କରିପାରିବ।

୩. ସ୍ମାର୍ଟଫୋନରେ ରହିବ ଏକ ଛୋଟ ବ୍ୟାଟେରି। ତାହା ଚାର୍ଜରଠାରୁ ବିନା ତାରରେ ଏକ ଇଞ୍ଚରୁ ୩ ଫୁଟ୍‌ ଦୂରରେ ରହିବ। ୩୦ ମିନିଟରୁ ଘଣ୍ଟାଏ ମଧ୍ୟରେ ପୂରା ଚାର୍ଜ ହୋଇଯିବ।

୪. ଏହି ଚାର୍ଜରରେ ଏକ ଟ୍ରାନ୍‌ସମିଟର ରହିବ। ଯାହା ରେଡିଓ ତରଙ୍ଗ ରୂପେ ଶକ୍ତିକୁ ସ୍ମାର୍ଟଫୋନକୁ ପ୍ରେରଣ କରାଇବ।

୫. ଏହି ଟେକ୍ନୋଲୋଜିରେ ସ୍ମାର୍ଟଫୋନ୍‌ ଏକ ୱାଟ୍‌ଅପ୍‌ ରିସିଭର ରହିବ। ଯାହା ସେହି ରେଡିଓ ତରଙ୍ଗକୁ ପୁଣି ଡିସି-ପାୱାରରେ ରୂପାନ୍ତରିତ କରିପାରିବ। ଏହି ଡିସି ପାୱାରରେ ସ୍ମାର୍ଟଫୋନ ଚାର୍ଜ ହୋଇଯିବ।

ମତାମତ ଦିଅନ୍ତୁ ।