ବିପଦରେ କେନ୍ଦୁଝର ହାତୀ : ମଲେଣି ୧୧୪

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁସଂଖ୍ୟା ବର୍ଷକୁ ବର୍ଷ ବଢ଼ିବଢ଼ି ଚାଲିଛି। ହାତୀ ସୁରକ୍ଷାକୁ ନେଇ ଅନେକ ସରକାରୀ ଯୋଜନା ଚାଲୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହି ଯୋଜନାର କାର୍ଯ୍ୟକାରିତା ସେମିତି ଆଖିଦୃଶିଆ ନୁହେଁ।  

ସରକାରୀ ତଥ୍ୟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ୧୧୪ଟି ହାତୀ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ହାତୀ ପାଇଁ କେନ୍ଦୁଝର ଜଙ୍ଗଲ ବିପଦ ପାଲଟିଥିବା ଏଥିରୁ ସ୍ପଷ୍ଟ ହେଉଛି। ଜିଲ୍ଲାରେ ପ୍ରତିବର୍ଷ ହାରାହାରି ୧୨ଟି ପର୍ଯ୍ୟନ୍ତ ହାତୀର ମୃତ୍ୟୁ ହେବା ହାତୀ ସୁରକ୍ଷା ଯୋଜନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲାରେ ୨୦୦୧-୦୨ ବର୍ଷରେ ମୋଟ ୮ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏଥିମଧ୍ୟରୁ ୨ଟି ହତୀ ବିଦ୍ୟୁତ୍‌ ଆଘାତରେ ମରିଥିଲେ। 

୨୦୦୨-୦୩ ମସିହାରେ ୧୨ଟି ହାତୀ ମରିଥିଲେ। ୨୦୦୩-୦୪ ବର୍ଷରେ ୪ଟି ହାତୀଙ୍କ ଜୀବନ ଯାଇଥିଲା। ୨୦୦୪-୦୫ ବର୍ଷରେ ୧୨ଟି ହାତୀ, ୨୦୦୫-୦୬ ବର୍ଷରେ ୩ଟି ହାତୀ, ୨୦୦୬-୦୭ ବର୍ଷରେ ୬ଟି ହାତୀ, ୨୦୦୭-୦୮ ବର୍ଷରେ ୬ଟି ହାତୀ, ୨୦୦୮-୦୯ ବର୍ଷରେ ୮ଟି ହାତୀ, ୨୦୦୯-୧୦ ରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ୨୦୧୦-୧୧ ରେ ୯ଟି ହାତୀ, ୨୦୧୧-୧୨ ବର୍ଷରେ ୪ଟି ହାତୀ, ୨୦୧୨-୧୩ ରେ ୯ଟି ହାତୀ, ୨୦୧୩-୧୪ ମସିହାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୪-୧୫ ରେ ୪ଟି ହାତୀ, ୨୦୧୫-୧୬ ରେ ୬ଟି ହାତୀ, ୨୦୧୭-୧୮ ରେ ୨ଟି ହାତୀ, ୨୦୧୮-୧୯ରେ ୩ଟି ହାତୀ, ୨୦୧୯-୨୦ ରେ ୬ଟି ହାତୀ ଓ ୨୦୨୦-୨୧ ମସିହାରେ ଆଜି ପର୍ଯ୍ୟନ୍ତ ୩ଟି ହାତୀ ମରିଛନ୍ତି।

ମତାମତ ଦିଅନ୍ତୁ ।