ବିବାହର ପ୍ରତିଶ୍ରୁତି ଦେଇ ଡାକ୍ତରାଣୀଙ୍କୁ ପ୍ରତାରଣା

ଭୁବନେଶ୍ଵର : ମହିଳା ଡାକ୍ତରାଣୀଙ୍କୁ ମେଡିକାଲ ବିପିଏମ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିବା ପରେ ହତ୍ୟା ଧମକ ଦେଇଛନ୍ତି। ଏହି ଅଭିଯୋଗ ଆଣିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡକ୍ଟର ପ୍ରଜ୍ଞାରାଣୀ ନାୟକ।

ଖବର ଅନୁଯାୟୀ ପ୍ରଜ୍ଞାରାଣୀ ୨୦୧୭ ମସିହା ଠାରୁ ମେଡିକାଲରେ କାର୍ଯ୍ୟରତ। ବିପିଏମ ଅମୂଲ୍ୟ କୁମାର ପାଣିଗ୍ରାହୀ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଆଜିଯାଏ ଶାରୀରିକ ସମ୍ପର୍କ ରଖୁଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଅମୂଲ୍ୟ ଏବେ ବିବାହ କରିବାକୁ ମନା କରିବା ସହ ତୁମେ ହରିଜନ ଲୋକ ମୁଁ ତମକୁ ବିବାହ କରିପାରିବିନି କି ଆମ ଘର ଲୋକ ତମକୁ ଗ୍ରହଣ କରିବେନି ବୋଲି କହିଥିଲେ। ଏପରିକି ବିବାହ ପାଇଁ ଅଧିକ ଚାପ ପକାଇଲେ ତମକୁ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା ପ୍ରଜ୍ଞାରାଣୀ ଅଭିଯୋଗ କରିଛନ୍ତି। ଡକ୍ତରାଣୀ ପ୍ରଜ୍ଞାରାଣୀ ନାୟକ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।