ବିବାହ ବେଳେ କୋଭିଡ ନିୟମ ଉଲ୍ଲଂଘନ: ୫ ଗିରଫ, ହୋଟେଲ୍ ସିଲ୍

ବ୍ରହ୍ମପୁର: ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କ ପୁଅ ବାହାଘରରେ କୋଭିଡ ନିୟମ ଉଲ୍ଲଙ୍ଘନର ଭିଡ଼ିଓ ଭାଇରଲ ହେବା ପରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲିସ ପ୍ରଥମେ ବରର ବାପା କୃଷ୍ଣଚନ୍ଦ୍ର ସାହୁ ଓ ବଡ଼ ବାପା ଶିବରାମ ସାହୁଙ୍କୁ ଗିରଫ କରିଥିବା ବେଳେ ଏବେ ବର ଦୀପକ ସାହୁ ଓ ବରର ଦାଦା ବିନୋଦ ସାହୁ ଓ ସନ୍ତୋଷ ସାହୁଙ୍କୁ ମଧ୍ୟ ଗିରଫ କରିଛି। ଏହି ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥି ସହିତ ବିବାହସ୍ଥଳ ଗୋପାଳପୁରର ହୋଟେଲ୍ ମେ ଫେୟାରକୁ ୭ ଦିନ ଲାଗି ସିଲ୍ କରାଯାଇଛି।

ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଭୟ ପକ୍ଷ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ବରଯାତ୍ରୀ ଶୋଭାଯାତ୍ରାରେ ବ୍ୟବହୃତ ଗାଡ଼ିକୁ ଆରଟିଓ ଜବତ କରିଛନ୍ତି।

ମତାମତ ଦିଅନ୍ତୁ ।