Wed. Dec 11th, 2019

ବିଷ ପିଇ ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ୟାଣପୁରରେ ପ୍ରମୀ ଯୁଗଳଙ୍କ ଆତ୍ମହତ୍ୟା ପରି ଏକ ଦୁଃଖଦ ଘଟଣା ଘଟିଛି। ଆଜି ସଂଧ୍ୟାରେ ଚୋଟା କାଶୀ ବିଶ୍ଵନାଥପୁର ମନ୍ଦିର ପଛପଟୁ ଏମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲେ ହେଁ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । କିନ୍ତୁ ଉଭୟେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ପ୍ରେମି ଯୁଗଳ ହେଲେ ଚୈତନ୍ୟପୁରର ରଘୁନାଥ ରେଡୀଙ୍କ ଝିଅ କେ. ଲକ୍ଷ୍ମୀ ରେଡି ଓ ଝରିପଦର ଗାଁର ଏସ ଚୂଡାମଣି ରେଡିଙ୍କ ପୁଅ ଏସ ଦିବାନା ରେଡି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସଂଧାନ କରୁଛି ।

Leave a Reply

Your email address will not be published. Required fields are marked *