ଭାଇରାଲ ହେଲା ନେତାଙ୍କ ସହ ଅର୍ଦ୍ଧନଗ୍ନ ଯୁବତୀଙ୍କ ଭିଡିଓ

ନୂଆଦିଲ୍ଲୀ : ଅର୍ଧନଗ୍ନ ଯୁବତୀଙ୍କ ସହ ନେତା। ନିଶାସକ୍ତ ଅବସ୍ଥାରେ ମଉଜ ମସ୍ତି। ଏପରି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଏଇ ନେତା ଜଣକ ବେଶ୍ ପ୍ରଭାବଶାଳୀ।

ଏବେ ଜଣାପଡିଛି ଭିଡିଓରେ ଅର୍ଧନଗ୍ନ ଯୁବତୀଙ୍କ ସହ ନିଶାସେବନ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜେଡିୟୁର ବ୍ଲକ ସ୍ତରୀୟ ନେତା। ବିହାରର ବୈଶାଳୀ ଜିଲ୍ଲାର ଜେଡିୟୁର ସେ ବ୍ଲକ୍ ଅଧ୍ୟକ୍ଷ। ତାଙ୍କ ନାଁ ଅଂସାର ଆଲମ। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭିଡିଓ ସଂପର୍କରେ ଆଲମ କହିଛନ୍ତି ଏ ଭିଡିଓ ତାଙ୍କର ନୁହେଁ। ତାଙ୍କୁ ବଦନାମ କରିବା ପାଇଁ ଏହିଭଳି ଷଡ଼ଯନ୍ତ୍ର ରଚାଯାଇଛି। ଭିଡିଓରେ ଥିବା ଯୁବତୀକୁ ଜାଣି ନାହାଁନ୍ତି ବୋଲି ସେ ରୋକଠୋକ ମନା କରିଦେଇଛନ୍ତି। ହେଲେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁସାରେ ଏହି ଭିଡିଓରେ ଆଲମ ଥିବା ସ୍ପଷ୍ଟ ହୋଇଛି ।

ଅନ୍ୟପକ୍ଷରେ ଜେଡିୟୁର ପକ୍ଷରୁ କୌଣସ ପ୍ରତିକ୍ରିୟା ଏପର୍ଯ୍ୟ ମିଳିନଥିବା ବେଳେ ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।