ଭାରତରେ ଚୀନର ଘାତକ ବାଣ, ଜାରି ହେଲା ସତର୍କ ସୂଚନା

ନୂଆଦିଲ୍ଲୀ: ଆଗକୁ ଭାରତରେ ଦୀପାବଳୀ ଉତ୍ସବ। ଏହାକୁ ଦୃଷ୍ଟିରେ ରାଖି ଚୀନ ବେଆଇନ୍‌ ଭାବେ ଭାରତକୁ ଘାତକ ବାଣ ପଠାଇବା ଆରମ୍ଭ କରିଛି। ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଓ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ଚୀନର ଏ ହେଉଛି ନୂଆ ଯୋଜନା। ଆଜି ଡିଆରଆଇ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି।

ଡିଆରଆଇ ପକ୍ଷରୁ ଚୀନର ଏହି ଷଡ଼ଯନ୍ତ୍ର ସମ୍ପର୍କରେ ଗୁଇନ୍ଦା ସଂସ୍ଥା ଓ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଯାଇଛି। ଏହି ଘାତକ ବାଣରେ କେବଳ ପରିବେଶ ପ୍ରଦୂଷଣ ହେବନାହିଁ। ସାଧାରଣ ବାଣ ତୁଳନାରେ ପ୍ରଚଣ୍ଡ ଶବ୍ଦ କରିବ। ବାଣରେ ରେଡ୍‌ ଲିଡ୍‌, କପର ଅକ୍ସାଇଡ୍‌ ଓ ଲିଥିୟମ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। ଯାହାଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।