ଭାରତର ଆର୍ଥିକ ପ୍ରଗତି ଆଶାଠାରୁ ଭଲ ହେବ: କେବି କାମଥ

ନୂଆଦିଲ୍ଲୀ: ନ୍ୟୁ ଡେଭଲପମେଂଟ ବ୍ୟାଙ୍କର ପୂର୍ବ ପ୍ରମୁଖ କେବି କାମଥ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରଦେଇ ଭାରତର ଆର୍ଥିକ ପ୍ରଗତି ଆଶାଠାରୁ ଅଧିକ ଭଲ ହେବ ବୋଲି କହିଛନ୍ତି । ସରକାରଙ୍କ ଦ୍ୱାରା ଲଗାତାର ଉଠାଯାଉଥିବା ବଡ଼ ପଦକ୍ଷେପ ଦ୍ୱାରା ଦେଶରେ ରୋଜଗାରର ସ୍ଥିତି ସୁଧୁରୁଛି । ରିକଭରି ୟୁ ଆକାରରେ ଓ କ୍ଷୀପ୍ର ଗତିରେ ହେବ ବୋଲି କାମଥ ଦାବି କରିଛନ୍ତି । ସୂଚନା ଥାଉକି କାମଥ ନ୍ୟୁ ଡେଭଲପମେଂଟ ବ୍ୟାଙ୍କର ପ୍ରଥମ ଅଧ୍ୟକ୍ଷ ଭାବେ ୫ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ । ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଏକତ୍ରିତ ହୋଇ କାମ କଲେ ପ୍ରଗତି କରିପାରିବେ ତାହା ନିଜ ଅବଧି ଭିତରେ କାମଥ ଦେଖାଇଦେଇଥିଲେ ।

ମତାମତ ଦିଅନ୍ତୁ ।