ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ଵାମୀ ସମେତ ୫ଅଟକ

ଭୁବନେଶ୍ଵର : ଧର୍ମଶାଳା ବ୍ଲକର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀଙ୍କ ସମେତ ୫ଜଣଙ୍କୁ ପୋଲିସ ଅଟକ ରଖିଛି। ଗତକାଲି ହରିଦାସପୁର ସରପଞ୍ଚ ମଧୁସ୍ମିତାଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କର ଅସ୍ୱଭାବିକ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ ଗତକାଲି ଭତ୍ତା ବଣ୍ଟନ ପାଇଁ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳ ହରିଦାସପୁର ପଞ୍ଚାୟତର ଭଡଙ୍ଗା (ଚାରିବାଟିଆ)କୁ ଯାଇଥିଲେ। ସେଠାରୁ ମଧ୍ୟାହ୍ନରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ର ଓ ତାଙ୍କ ସାଙ୍ଗମାନେ ଥିବା ଗାଡ଼ିରେ ଗେଷ୍ଟହାଉସ (ବାଲିଗରି)କୁ ସ୍ମିତାରାଣୀ ଆସିଥିଲେ। ଭଦ୍ର ଓ ତାଙ୍କ ସାଙ୍ଗସାଥୀଙ୍କ ପାଇଁ ସେଠାରେ ଭୋଜିଭାତର ଆୟୋଜନ ହୋଇଥିଲା। ମାତ୍ର ଭିଏଲଡବ୍ଲୁ ସ୍ମିତାରାଣୀ ଧୋଇହେବା ପାଇଁ ଗେଷ୍ଟହାଉସ୍‌ ଉପର ମହଲାକୁ ଯାଇ ଓଢ଼ଣି ଫ୍ୟାନ୍‌ରେ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସରପଞ୍ଚଙ୍କ ସ୍ୱାମୀ ଭଦ୍ର ସଫେଇ କହିଥିଲେ। ଯାହାକୁ ନେଇ ସନ୍ଦେହ ହେବାରୁ ପୋଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।