Breaking Newsରାଜ୍ୟ

ଭୁବନେଶ୍ୱରରୁ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଆଜି ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଟି ସ୍ଥାନୀୟ ମାମଲା ରହିଥିବା ବେଳେ ୧୪ଟି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୂ ଏହି ସୂଚନା ଦିଆଯାଇଛି। ନୂଆ ୨୯ଜଣ ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭୯ରେ ପହଞ୍ଚି ଥିବା ବେଳେ ୨୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ଜଣଙ୍କର ମୃତ୍ୟୁ ହୋଇଛି।

ମଙ୍ଗଳବାର ବିଏମସି ଦେଇଥିବା ତଥ୍ୟ ଅନୁଯାୟୀ ୧୪ଟି ସ୍ଥାନୀୟ ମାମଲା ମଧ୍ୟରୁ ଡୁମଡୁମା ସୁବାଷ ନଗର ବସ୍ତି ଜଣେ, ଖଣ୍ଡଗିରି ବରି ଅଞ୍ଚଳରୁ ଜଣେ ମହିଳା, ଘରୋଇ ହସ୍‌ପିଟାଲ୍‌ରୁ ତିନିଜଣ ମହିଳା, ଭାରତପୁର ଜିଏ କଲୋନିରୁ ଜଣେ, ୟୁନିଟ-୫ କେଶରିନଗର ବସ୍ତିରୁ ଜଣେ ମହିଳା, ୟୁନିଟ-୧ ବାଳକ ହାଏସ୍କୁଲ ଅଞ୍ଚଳରୁ ଜଣେ, ବଡ଼ଗଡ଼ା ବ୍ରିଟ କଲୋନିରୁ ଜଣେ, ବମିଖାଲ ଜୟଦୁର୍ଗା ଅଞ୍ଚଳରୁ ଜଣେ, ବରମୁଣ୍ଡା ଟେଲକୋ କଲୋନିରୁ ଜଣେ, ସହିଦନଗରୁ ଜଣେ, ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ଓ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ହଂସପାଳ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ରହିଛନ୍ତି। ସେହିପରି ବିହାରରରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିବା ପାଣ୍ଡ୍ରା ଅଞ୍ଚଳର ଜଣେ ପୁରୁଷ, ଦିଲ୍ଲୀରୁ ଫେରିଥିବା ଜଣେ, ବିବେକାନନ୍ଦ ମହାରଣା ସାହିରୁ ୨ଜଣ, ବ୍ରହ୍ମେଶ୍ୱର ପାଟଣାରୁ ଜଣେ, ରସୁଲଗଡ଼ ଜିଜିପି କଲୋନିରୁ ଜଣେ, ନୟାପଲ୍ଲୀ ଏନ୍‌-୩ରୁ ଜଣେ, ମଞ୍ଚେଶ୍ୱରରୁ ଜଣେ ମହିଳା, ୟୁନିଟ-୪ ରାମପୁର ବସ୍ତିରୁ ଜଣେ ମହିଳା, ଲକ୍ଷ୍ମୀସାଗର ଉପର ସାହିରୁ ଜଣେ, ଲକ୍ଷ୍ମୀସାଗର ସ୍କୋୟାର ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର କାଳିମନ୍ଦିର ଅଞ୍ଚଳରୁ ଜଣେ, ଲକ୍ଷ୍ମୀସାଗର ତଳସାହି ଅଞ୍ଚଳରୁ ଜଣେ ଓ ଘରୋଇ ହସ୍‌ପିଟାଲ୍‌ରୁ ଜଣେ ମହିଳା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିସହିତ କୋଭିଡ ହସ୍‌ପିଟାଲର ଜଣେ ମହିଳା କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି।

ମତାମତ ଦିଅନ୍ତୁ ।

Back to top button