ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିୟାଣା ସହ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ହେବ

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିୟାଣା ସହ ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ହେବ। ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି। ସମ୍ଭବତ ଆଗାମୀ ଅକ୍ଟୋବରରେ ଏ ତିନି ରାଜ୍ୟର ବିଧାନସଭା ନିର୍ବାଚନ ହେବ।

ସୂଚନାଯୋଗ୍ୟ ଯେ, ଶାସକ ପିଡିପିକୁ ବିଜେପି ନିଜର ସମର୍ଥନ ସ୍ଥିଗିତ କରିଦେବା ପରେ ଜମ୍ମୁ କଶ୍ମୀରରେ ୨୦୧୮ ଜୁନ ୨୦ରୁ ରାଜ୍ୟପାଳ ଶାସନ ଜାରି ରହିଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳ ଶାସନର ୬ ମାସ ପରେ ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। ମାତ୍ର ଜମ୍ମୁ କଶ୍ମୀରରେ ରାଜ୍ୟପାଳଙ୍କ ଶାସନକୁ ବୃଦ୍ଧି କରାଯାଇଛି।

ମତାମତ ଦିଅନ୍ତୁ ।