ମହିଳା ଏସ୍‌ଆଇଙ୍କ ବିରୋଧରେ ଅଭିଯୋଗ

ସୁବର୍ଣ୍ଣପୁର: ପୋଲିସ୍‌ର ଲାଠି ମାଡରେ ଯୁବକ ଘାଇଲା। କିଛି କାରଣ ନଥାଇ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଥାର୍ଡ ଡିଗ୍ରୀ। କୌଣସି ଏକ ମାମଲାରେ ଯୁବକକୁ ପଚାରଉଚାର କରିବା ଲାଗି ଥାନାକୁ ଡକା ଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନାରେ ଏଭଳି ଘଟଣା ଘଟିଥିବା ବେଳେ ଯୁବକ ଜଣକ ମହିଳା ଏସ୍‌ଆଇଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ଖଇରମାଲ ଗ୍ରାମର ରାଜେନ୍ଦ୍ର ସୁନାଙ୍କ ଅଭିଯୋଗ ଅନୁସାରେ ତରଭା ଥାନାକୁ ତାଙ୍କୁ କୌଣସି ଏକ ମାମଲାରେ ପଚରାଉଚରା ପାଇଁ ଡକାଯାଇଥିଲା। କିନ୍ତୁ ଥାନାର କାର୍ଯ୍ୟରତ ଏସ୍ଆଇ ପ୍ରିୟଙ୍କା ବେହେରା ବିନା କାରଣରେ ପ୍ରତିପକ୍ଷଙ୍କ ଠାରୁ ଲାଞ୍ଚ ନେଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପୋଲିସ୍‌ ତାଙ୍କ ହାତ ଗୋଡ ଓ ଛାତିକୁ ମାଡ଼ ମାରିଥିଲେ। ଯାହାଫଳରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ତରଭା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଅନ୍ୟପକ୍ଷରେ ଏସ୍ଆଇ ପ୍ରୟଙ୍କା ବେହେରା କହିଛନ୍ତି ଯେ ରାଜେନ୍ଦ୍ରଙ୍କୁ ଡାକି କେବଳ ପଚରାଉଚରା କରାଯାଇଥିବା ବେଳେ ତାଙ୍କୁ ମାଡ ମରାଯାଇନି। ଯୁବକ ଜଣକ ତାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଯାଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ମତାମତ ଦିଅନ୍ତୁ ।