ମହିଳା କମିଶନ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଇସ୍ତଫା ଦାବି କରି ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଶତାଧିକ ମହିଳା ମହିଳା କମିଶନ ଅଫିସ ଘେରାଓ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯାଜପୁରରେ ସ୍ମିତାରାଣୀ ବିଶ୍ୱାଳଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିସନ ପ୍ରଥମେ ଚୁପ ରହି ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି। କିନ୍ତୁ ବାସ୍ତବରେ ସେ ସଠିକ ତଦନ୍ତ କରିନାହାନ୍ତି କି ସ୍ମିତାରାଣୀଙ୍କ ପରିବାରକୁ ଭେଟି ନାହାନ୍ତି। ମିଥ୍ୟା କଥା କହି କ୍ଷମତାର ଅପବ୍ୟବହାର କରିଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ମହିଳା ଦାବି କରିଛି।

ମତାମତ ଦିଅନ୍ତୁ ।