ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇ ମେଜର ଜେନେରାଲଙ୍କ ଚାକିରି ଗଲା

ନୂଆଦିଲ୍ଲୀ : ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ସେନା ବାହିନୀର ଜଣେ ମେଜର ଜେନେରାଲଙ୍କୁ ଚାକିରି ଯାଇଛି। ଏହି ଘଟଣାରେ ସଂପୃକ୍ତ ମେଜର ଜେନେରାଲ କୋର୍ଟ ମାର୍ଶାଲ ହୋଇ ଦୋଷୀ ସାବ୍ୟସ୍ତ ହେବାପରେ ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ ସେନା ବାହିନୀରୁ ବହିଷ୍କୃତ କରିଛନ୍ତି। ଏଥିସହ ଅବସରକାଳୀନ ପେନ୍‌ସନ୍‌ ଓ ଅନ୍ୟାନ୍ୟ ଭତ୍ତାକୁ ମଧ୍ୟ ବନ୍ଦ କରାଯାଇଛି।

ହସ୍ତଗତ ରିପୋର୍ଟରୁ ପ୍ରକାଶ ସେନା ବାହିନୀର ଆସାମ ରାଇଫଲ୍‌ରେ ମେଜର ଜେନେରାଲ ଆର୍‌ ଏସ୍‌ ଜୟସ୍‌ଓ୍ଵାଲ ୨୦୧୬ ମସିହାରେ ସେନା ବାହିନୀର ପଶ୍ଚିମ କମାଣ୍ଡ ଅନ୍ତର୍ଗତ ଚଣ୍ଡୀମନ୍ଦିର ଅଞ୍ଚଳରେ ଅବସ୍ଥାପିତ ଥିଲେ। ସେହି ସମୟରେ ସେଠାରେ କାର୍ଯ୍ୟ କରୁଥିବା କ୍ୟାପ୍‌ଟେନ୍‌ ର‍୍ୟାଙ୍କ୍‌ରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସଂପର୍କରେ ସେନାର ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବାରୁ ମେଜର ଜେନେରାଲ ଆର୍‌ ଏସ୍‌ ଜୟସ୍‌ଓ୍ଵାଲଙ୍କର କୋର୍ଟ ମାର୍ଶାଲ କରାଯାଇଥିଲା। ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମତାମତ ଦିଅନ୍ତୁ ।