ମା’ଙ୍କୁ କିଡ୍‌ନୀ ଦେବାପାଇଁ ନିର୍ବନ୍ଧ ଭାଙ୍ଗିଲା ଝିଅ

ବେଙ୍ଗାଲୁରୁ: ଜଣେ ୨୫ବର୍ଷୀୟ ଯୁବତୀ ନିଜ ମା’ଙ୍କୁ କିଡ୍‌ନୀ ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି। କେବଳ ସେତିକି ନୁହେଁ ଭାବିସ୍ୱାମୀ ତାଙ୍କୁ କିଡ୍‌ନୀ ଦେବାକୁ ରୋକିବାରୁ ସେ ନିର୍ବନ୍ଧକୁ ଭାଙ୍ଗି ଦେଥିବା ଜଣା ପଡ଼ିଛି।

କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରଙ୍କ ଅନୁଯାୟୀ କୌଣସି ଅବିବାହିତ ଯୁବକ-ଯୁବତୀଙ୍କୁ ଆମେ ଅଙ୍ଗଦାନ ପାଇଁ କହି ନଥାଉ । କାରଣ ସେମାନଙ୍କ ଆଗରେ ସେମାନଙ୍କ ପୂରା ଜୀବନ ପଡ଼ିଥାଏ । କିନ୍ତୁ ନିଜ ମା’ଙ୍କୁ ଜୀବନ ଦାନ ଦେବା ପାଇଁ ଯୁବତୀଜଣଙ୍କ ପଛଘୁଞ୍ଚା ନଦେଇ କିଡ୍‌ନୀ ଦେବାକୁ ମନସ୍ତ କରିଥିଲେ । ତାଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ ତାଙ୍କ ଭାବିସ୍ୱାମୀ । ଯେଉଁଥିପାଇଁ ସେ ନିର୍ବନ୍ଧକୁ ଭାଙ୍ଗି ଜୁଲାଇ ୨୧ରେ ନିଜର କିଡ୍‌ନୀ ଦାନ କରିଥିଲେ। ପରେ ସଫଳ କିଡ୍‌ନୀ ପ୍ରତିରୋପଣ କରାଯାଇ ଯୁବତୀଙ୍କ ମା’ଙ୍କୁ ବଞ୍ଚାଯାଇ ପାରିଥିଲା ।

ମତାମତ ଦିଅନ୍ତୁ ।