ମାଲକାନଗିରି ସୀମାରେ ୫ ମାଓବାଦୀ ନିହତ

ଭୁବନେଶ୍ଵର : ମାଲକାନଗିରି ସୀମା ବିଶାଖାପାଟଣା ଜିଲ୍ଲା ମାଡିଗାମାଲ୍ଲି ଜଙ୍ଗଲରେ କମ୍ବିଂ ଅପରେସନ୍‌ ବେଳେ ଆନ୍ଧ୍ର ଗ୍ରେହାଉଣ୍ଡ ପୋଲିସ ଗୁଳିରେ ୫ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି।

କାଲିମେଳାର ମାଡ଼ିଗାମାଲ୍ଲି ଜଙ୍ଗଲ ଭିତରେ ନକ୍ସଲ ଶିବିର ଚାଲିଥିବା ଗୁଇନ୍ଦା ଖବର ପାଇ ରବିବାର ସକାଳ ପୂର୍ବରୁ ଶିବିରକୁ ଘେରି ଯାଇଥିଲେ ସୁରକ୍ଷା ବାହିନୀ। ଭୋର ହେବା ମାତ୍ରେ ଡିଭିଏଫ୍‌, ଏସଓଜିଙ୍କ ଓ ଆନ୍ଧ୍ର ଗ୍ରେହାଉଣ୍ଡ ମିଳିତ ଅପରେସନ୍‌ ଆରମ୍ଭ କରିଦେଲେ। ଗ୍ରେହାଉଣ୍ଡ ଗୁଳିରେ ୫ ମାଓବାଦୀ ଟଳି ପଡ଼ିବା ପରେ ଅନ୍ୟମାନେ ସ୍ଥାନଛାଡ଼ି ଚାଲି ଯାଇଥିଲେ।

ମତାମତ ଦିଅନ୍ତୁ ।