ମିଗ୍‌-୨୧ ଉଡ଼ାଇଲେ ବାୟୁସେନା ମୁଖ୍ୟ ବିଏସ୍‌ ଧାନ୍‌ଓ୍ଵାଙ୍କ ସହ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧାନ୍‌ଓ୍ଵାଙ୍କ ସହ ସ୍ୱଳ୍ପ ସମୟ ପାଇଁ ଗୋଟାଏ ମିଗ୍‌-୨୧ ଫାଇଟର୍‌ ବିମାନ ଉଡାଇଲେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ। ପଞ୍ଜାବର ପଠାନକୋଟ୍‌ ଠାରେ ହୋଇଥିଲା ଏହି ଉଡାଣ।

ଚଳିତ ବର୍ଷ ଫେବ୍ରୁଆରି ୨୭ ତାରିଖ ଦିନ ପାକିସ୍ତାନର ଲଢୁଆ ବିମାନକୁ ଘଉଡ଼ାଇବା ଘଉଡ଼ି ସମୟରେ ଅଭିନନ୍ଦନଙ୍କୁ ପାକ୍ ସେନା ହାତରେ ବନ୍ଦୀ ହୋଇଥିଲେ। ଅଭିନନ୍ଦନ ଲଢୁଆ ବିମାନ ମିଗ୍‌-୨୧ଚଳାଉଥିବା ପାକିସ୍ତାନୀ ସେନା ଏହାକୁ ଗୁଳିକରି ଖସାଇ ଦେବା ପରେ ଅଭିନନ୍ଦନ ବନ୍ଦୀକରି ନିର୍ଯାତନା ଦେଇଥିଲା। ବନ୍ଦୀର ଦୁଇ ଦିନ ପରେ ସେ ମୁକ୍ତ ହୋଇଥିଲେ। ତାଙ୍କୁ ୭୩ତମ ସ୍ୱାଧୀନତା ଦିବସ ଅବସରରେ ବୀରଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା।

ମତାମତ ଦିଅନ୍ତୁ ।