Wed. Dec 11th, 2019

ଯୁବତୀଙ୍କୁ ବ୍ଲାକମେଲିଂ ଅଭିଯୋଗରେ ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କ ଠାରୁ ଟଙ୍କା ଗହଣା ହଡପ କରିବା ପରେ ବ୍ଲାକମେଲିଂ। ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବାର ଦମକ ଦେଇଥିବା ଅଭିଯୋଗରେ ଜଣେ ଇଞ୍ଜିନିୟରିଂ ଛାତ୍ରକୁ କମିଶନରେଟ୍ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ ଛାତ୍ର ଜଣଙ୍କ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କର କିଛି ଅଶ୍ଳିଳ ଫଟୋ ଉତ୍ତୋଳନ କରିଥିଲେ। ଏହାକୁ ଦେଖାଇ କରିଥିଲେ ବ୍ଳାକମେଲିଂ। ଫଟୋକୁ ଭାଇରାଲ୍ କରାଇଦେବାର ଧମକ ଦେଇ ଟଙ୍କା ଆଦାୟ କରିଥିଲେ। ଏମିତିକି ମୁହଁ ଖୋଲିଲେ ହତ୍ୟା ଧମକ। ଭୟରେ ଯୁବତୀ ଜଣଙ୍କ ଘର ଗହଣାକୁ ଲୁଚାଇ ଅଭିଯୁକ୍ତ ଛାତ୍ରଙ୍କୁ ଦେଇଥିଲେ। ଘରେ ଗହଣା ନମିଳିବାରୁ ଘଟଣା ଜଣାପଡିଥିଲା। ପୋଲିସ ପାଖକୁ ଯାଇଥିଲା ଅଭିଯୋଗ। ପୋଲିସ ଭିଯୁକ୍ତ ଛାତ୍ର ଦେବୀ ପ୍ରସାଦ ପତିକୁ ଗିରଫ କରିବା ସହିତ ତାଠାରୁ ୧୦ ହଜାର ଟଙ୍କା ଓ ଗହଣା ଜବତ କରିଛି।

Leave a Reply

Your email address will not be published. Required fields are marked *