ରବର କମ୍ପାନୀରେ ଅଗ୍ନିକାଣ୍ଡ : ୩ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ଦିଲ୍ଲୀ ଝିଲମିଲ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଏକ ରବର କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଗୁରୁତର ଅବସ୍ଥାରେ  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ୨୪ ଟି ଦମକଳ ବାହିନୀ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଏହି କମ୍ପାନୀରେ ରବରର ସମସ୍ତ ଜିନିଷ ଉତ୍ପାଦନ କରାଯାଏ। ସାନିଟାରୀ ଭଳି ଜିନିଷ ମଧ୍ୟ  ଏହି କମ୍ପାନିରେ ଉତ୍ପାନ କରିଥାଏ। ଅଗ୍ନିକାଣ୍ଡରେ କମ୍ପାନୀର ପ୍ରଥମ ମହଲା ଓ ଦ୍ବିତୀୟ ମହଲାରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ମତାମତ ଦିଅନ୍ତୁ ।