ରାଜନଗର: ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ବ୍ଲକ୍ ପରିସରରେ ପଶିଲେ ବୁଲା ଷଣ୍ଢ

ଭୁବନେଶ୍ଵର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପରିସରରେ ଜିଲ୍ଲାପାଳ କରୁଥିବା ଜନଶୁଣାଣି ବେଳେ ବିଚିତ୍ର ଘଟଣା ଘଟିଛି। ବ୍ଲକ ପରିସରକୁ ଶତାଧିକ ବୁଲାଷଣ୍ଡ ପଶିଯିବାରୁ ବନ୍ଦ ହୋଇଯାଇଥିଲା ଜନ ଶୁଣାଣୀ।

ଖବର ଅନୁଯାୟୀ ରାଜନଗରରେ ବୁଲା ଷଣ୍ଡ ମାନଙ୍କର ଉତ୍ପାତ ଦିନକୁ ଦିନ ବଢୁଛି। ଏହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟାର କାରଣ ହୋଇଥିବାରୁ ଏନେଇ ଜିଲ୍ଲାପାଳଙ୍କ ନିକଟରେ ବହୁବାର ଅଭିଯୋଗ କରଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଲୋକେ ଅସନ୍ତୁଷ୍ଟ ଥିଲେ। ଆଜି ଜନଶୁଣାଣୀ ପାଇଁ ଜିଲ୍ଲାପାଳ ରାଜନଗରରେ ଆସିଥିଲେ। ବ୍ଲକ ପରିସରରେ ଚାଲିଥିଲା କାର୍ଯ୍ୟକ୍ରମ। ଏତିକି ବେଳେ ଉତ୍ୟକ୍ତ ଲୋକେ ଶତାଧିକ ଷଣ୍ଡ ଆଣି ବ୍ଲକ ପରିସରକୁ ପୁରାଇଦେଇଥିଲେ। ଫଳରେ ଜନ ଶୁଣାଣୀ ବନ୍ଦ ହୋଇଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରାପଡା ଏସପି ନିତୀଶ ଶେଖର ରାଜନଗରରେ ପହଞ୍ଚି ଥିବା ବେଳେ ସେଠାରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।