ରାଜୀବ କୁମାରଙ୍କ ଗିରଫଦାରୀ ଉପରୁ ପ୍ରତିବନ୍ଧକ ହଟିଲା, ସିବିଆଇ ଗିରଫ କରିପାରେ

ନୂଆଦିଲ୍ଲୀ : ସାରଦା ଚିଟ ଫଣ୍ଡ ମାମଲାରେ କୋଲକାତା ହାଇକୋର୍ଟ ପୂର୍ବତନ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଲାଗି ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚାହିଁଲେ ରାଜୀବ କୁମାରକୁ ଗିରଫ କରିପାରିବେ। ହାଇକୋର୍ଟ ମଧ୍ୟ କହିଛନ୍ତି ତଦନ୍ତକାରୀ ସଂସ୍ଥାର ଗିରଫଦାରୀକୁ ସଠିକ ବୋଲି ଦର୍ଶାଯିବା ଦରକରା।  

ସର୍ବୋଚ୍ଚ ନ୍ୟାୟାଳୟ ମଇ ୨୦୧୪ ମସିହାରେ ସୁଦୀପ୍ତ ସେନଙ୍କ ସାରଦା ଗ୍ରୁପ ସହିତ ଅନ୍ୟ ଚିଟଫଣ୍ଡ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ। ଏହି ଘୋଟାଲାରେ ନିବେଶକଙ୍କ ପ୍ରାୟ୨୫୦୦ କୋଟି ଟଙ୍କାକୁ ଲୁଟି ନିଆଯାଇଥିଲା। ରାଜୀବ କୁମାର ୨୦୧୩ରେ ବିଧାନନଗର ଏସପି ଥିବା ସମୟରେ ଏହି ଘୋଟାଲା ଗୁମର ଖୋଲିଥିଲା।  

ମତାମତ ଦିଅନ୍ତୁ ।