ରାଷ୍ଟ୍ରୀୟ ସମ୍ମାନ ସହ ଅରୁଣ ଜେଟ୍‌ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୩ଟା ୧୭ରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛି ତାଙ୍କ ମର ଶରୀର। ନିଗମବୋଧ ଘାଟରେ ଉପସ୍ଥିତ ନେତା-ଜନତା ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିବା ବେଳେ ଜେଟଲୀଙ୍କ ପୁଅ ରୋହନ ମୁଖାଗ୍ନି ଦେଇଛନ୍ତି।

ରବିବାର ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ହେବା ପୂର୍ବରୁ ପାର୍ଥିବ ଶରୀରକୁ କୈଳାଶ କଲୋନିସ୍ଥିତ ତାଙ୍କ ନିବାସରୁ ପୂର୍ବାହ୍ଣ ୧୦ଟା ୩୦ରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟଳୟକୁ ଅନ୍ତିମ ଦର୍ଶନ ପାଇଁ ନିଆଯାଇଥିଲା। ଏକ ସୁସଜ୍ଜିତ ଗାଡ଼ିରେ ଜେଟଲୀଙ୍କ ପାର୍ଥିବ ଶରୀର ସେଠାରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ଏବଂ ସାଧାରଣ ଜନତା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ଅନେକ ନେତା, ମନ୍ତ୍ରୀ, କାର୍ଯ୍ୟକର୍ତ୍ତା, ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାନୀ, ରାମ ବିଲାସ ପାସଓ୍ଵାନ, ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ବାବା ରାମଦେବ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।