ରାୟଗଡା: ବର୍ଷାରେ ଧୋଇଗଲା କୁଚେଇପଦର ପୋଲ, ଟିକିରି-କାଶୀପୁର ଯୋଗାଯୋଗ ବିଛିନ୍ନ

ଭୁବନେଶ୍ଵର : ଗତକାଲି ଠାରୁ ରାୟଗଡା ଜିଲ୍ଲାରେ ବର୍ଷା ଲାଗି ରହିଛି। ଜନଜୀବନକୁ ବର୍ଷ କରିଦେଇଛି ଅସ୍ତବ୍ୟସ୍ତ। ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। କାଶୀପୁର ବ୍ଲକ୍ କୁଚେଇପଦର ପୋଲ ଭୁଶୁଡି ପଡିବାରୁ ଟିକିରି ଓ କାଶୀପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ବିଷମକଟକ ବ୍ଲକ୍ ଚିଟିକଣାଠାରେ ବର୍ଷା ଜଳ ନିଷ୍କାସନ ହୋଇନପାରି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।