ରେଲୱେ କର୍ମଚାରୀଙ୍କ ପେନଶନରେ ହେବ ସଂଶୋଧନ

ନୂଆଦିଲ୍ଲୀ : ଦେଶରେ  ପର୍ବ-ପର୍ବାଣୀର ଋତୁ ଆରମ୍ଭ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପୂର୍ବତନ କର୍ମୀଙ୍କୁ ଖୁସିଖବର ମିଳିବା ପରେ ଭାରତୀୟ ରେଲଓ୍ବେର କର୍ମଚାରୀଙ୍କୁ ମଧ୍ୟ ଏଭଳି କିଛି ଆଶା ଲଗାଇ ବସିଥିଲେ ଓ ଏବେ ତାଙ୍କର ଆଶା ସତ ପ୍ରମାଣିତ ହୋଇଯାଇଛି ।  ଭାରତୀୟ ରେଲଓ୍ବେ ନିଜର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ ବଡ ଘୋଷଣା କରିଛି।

ରେଲଓ୍ବେ ଏହି କର୍ମଚାରୀଙ୍କୁ ପେନଶନରେ ସଂଶୋଧନ ଅର୍ଥାତ ରିଭିଜନ୍ କରିବାର ନିଷ୍ପତ୍ତି ନେଇଛି। କୁହାଯାଉଛି ଯେ, ବୋର୍ଡ ଏହି ନିଷ୍ପତ୍ତି ଦ୍ବାରା ସେହି କର୍ମଚାରୀଙ୍କ ପେନଶନ୍ ବଢିଯିବ, ଯେଉଁମାନେ ୨୦୦୬ ପୂର୍ବରୁ ଅବସର ଗ୍ରହଣ କରିସାରିଛନ୍ତି। କେବଳ ସେତିକି ନୁହେଁ, ବୋର୍ଡର ଏହି ପଦକ୍ଷେପ ପେନଶନ୍ ଭୋଗୀଙ୍କୁ କଭର କରିବ,ଯେଉଁମାନେ ୫ମ ବେତନ କମିଶନଙ୍କ ଅନୁସାରେ ୬୫୦୦-୧୦୫୦୦ ଟଙ୍କା ଭିତରେ ପେ ସ୍କେଲ ଅନ୍ତର୍ଗତ ପେନଶନ୍ ପାଉଛନ୍ତି।

ରେଲବୋର୍ଡ ଦ୍ବାରା ନିକଟରେ ଜାରି କରାଯାଇଥିବା ରିଭିଜନ୍ ଜାନୁଆରୀ ୨୦୧୬ରୁ ତତ୍କାଳ ପ୍ରଭାବରେ ଆସିବ, ସେଭଳି କେନ୍ଦ୍ରୀୟ ରେଲଓ୍ବେ ଓ ରାଜ୍ୟ କର୍ମଚାରୀ ୨୦୧୬ରୁ ୭ମ ବେତନ କମିଶନ୍  ଅନୁସାରେ ସେ ସମ୍ପର୍କିତ ଲାଭ ପାଉଛନ୍ତି। ଏହି ଘୋଷଣା ଦ୍ବାରା ସେହି ପେନଶନଭୋଗୀଙ୍କୁ ଫାଇଦା ହେବ, ଯେଉଁମାନେ ରିଟାୟର ହେବା ନେଇ ଶେଷ ଦରମା ୧୭ ହଜାର ଟଙ୍କାରୁ କମ୍ ପାଇଁଥିଲେ।

ମତାମତ ଦିଅନ୍ତୁ ।