ଲଘୁଚାପ ଦୁର୍ବଳ: ବନ୍ୟା ସମ୍ଭାବନା ନାହିଁ, ବାତ୍ୟା ଖବର ଗୁଜବ

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଥିବାରୁ ବର୍ଷା ଧୀରେ ଧୀରେ କମିବ। ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ଆସିବ। ତେଣୁ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନଥିବା ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ରାଜ୍ୟର ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିବ। କିନ୍ତୁ ବାତ୍ୟା ନେଇ କୌଣସି ସୂଚନା ନାହିଁ। ସୋସିଆଲ୍ ମିଡିଆରେ ପ୍ରସାରିତ ବାତ୍ୟା ଖବର ଗୁଜବ ବୋଲି ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ।

ଶୁକ୍ରବାର ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବାତ୍ୟା ଆସିବାର କୌଣସି ସମ୍ଭାବନା ନାହିଁ। ସେହିପରି ରାଜ୍ୟର କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନଥିବା ବେଳେ କେବଳ ଜଳକା ଓ କାଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ସେ କହିଛନ୍ତି ଗଜପତିରେ ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ଦିଆଯିବ। କେନ୍ଦୁଝର ହରିଚନ୍ଦନପୁରରେ କାନ୍ଥ ପଡ଼ି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀ ଜେନା ଘୋଷଣା କରିଛନ୍ତି।

ମତାମତ ଦିଅନ୍ତୁ ।