ଲାଇସେନ୍ସ ପାଇଁ ଲାଞ୍ଚ, ଭାଇରାଲ ହେଲା ଭିଡିଓ

ଭୁବନେଶ୍ଵର : ଲାଇସେନ୍ସ ପାଇଁ ଲାଞ୍ଚ ଦାବି କରି ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗର କିରାଣୀ। ଲାଞ୍ଚନେବା ଦୃଶ୍ୟ କେବଳ କ୍ୟାମେରାରେ କଏଦ ହୋଇନି, ଏହି ଭିଡିଓ ଭାଇରାଲ ହୋଇଛି। ଶ୍ରମିକ ଚାଲାଣ ଲାଇସେନ୍ସ ପାଇଁ କିରାଣୀ ବଲ୍ଲଭ ନାଗଙ୍କୁ ଯେତେ ନେହୁରା ହେଲେ ମଧ୍ୟ ଶୁଣି ନଥିଲେ। ୫୦୦ ଟଙ୍କିଆ ନୋଟ୍ ଦୁଇଟି ଧରିବା ପରେ ଫାଇଲ୍ ଖୋଲିଥିଲେ। ଏସବୁର ଭିଡିଓ ଭାଇରାଲ ହେବାପରେ ସାଧାରଣରେ ଜୋରଦାର ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।