ଲାଞ୍ଚ ନେବେନି ବୋଲି ଶପଥ ନେଲେ ୩ଟି ବିଭାଗର ସଚିବ, ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ୱର: ସରକାରୀ କାର୍ଯ୍ୟ କରିବା ବେଳେ ଲାଞ୍ଚ ନେବେ ନାହିଁ। ଦୁର୍ନୀତିକୁ ଦେବେନି ପ୍ରଶୟ। ଆଜି ଲୋକସେବା ଭବନରେ ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ସମେତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ଶପଥ ନେଇଛନ୍ତି। ନିଜର କାର୍ଯ୍ୟକୁ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରିବା ସହ ଲୋକଙ୍କର ହିତ ପାଇଁ କାର୍ଯ୍ୟ କରିବେ ବୋଲି ସମସ୍ତେ ଛିଡାହୋଇ ହଲପ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି କୌଣସି ସରକାରୀ ଅଧିକାରୀ ଦୁର୍ନୀତି କରୁଥିଲେ ତାଙ୍କୁ ଛଡ଼ାଯିବ ନାହିଁ।

ମତାମତ ଦିଅନ୍ତୁ ।