ଶାସ୍ତ୍ରୀ ନଗର: ସ୍ପା ସେଣ୍ଟରରୁ ଦଲାଲ ଗିରଫ, ୫ ଯୁବତୀ ଖସିଗଲେ

ଭୁବନେଶ୍ଵର : ଯେତେ ଯାହା କଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ସେକ୍ସ ରାକେଟ୍ ଉପରେ ପୋଲିସ ଅଙ୍କୁଶ ଲଗାଇ ପାରୁନି। ଦଶହରା ସମୟରେ ବ୍ୟାପକ ପୋଲିସ ମୁତୟନ ସତ୍ତ୍ୱେ ଶାସ୍ତ୍ରୀ ନଗରର ଏକ ସ୍ପାରେ ସେକ୍ସ ରାକେଟ୍ ଚାଲିଥିବା ଜଣାପଡିଛି। ଖାରବେଳନଗର ପୋଲିସ ଚଢଉ କରି ଜଣେ ଦଲାଲକୁ ଗିରଫ କରିଥିବା ବେଳେ ସ୍ପାରେ କାମ କରୁଥିବା ୫ ଜଣ ଯୁବତୀ ଫେରାର ହୋଇଯାଇଛନ୍ତି। ଫେରାର ଝିଅଙ୍କ ସମେତ ସ୍ପା ସେଣ୍ଟରର ମାଲିକଙ୍କୁ ଏବେ ପୋଲିସ ଖୋଜୁଛି।

ଶାସ୍ତ୍ରୀ ନଗରରେ କ୍ରିଷ୍ଣା ସ୍ପା ସେଣ୍ଟରରେ ଚାଲିଥିଲା ସେକ୍ସ ରାକେଟ୍। ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିଲା। ଶୁକ୍ରବାର ସନ୍ଧ୍ୟାରେ ସେକ୍ସ ରାକେଟ୍ କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ପା ସେଣ୍ଟରରେ ପୋଲିସ ପହଞ୍ଚିଥିଲା। ଯାଞ୍ଚ ବେଳେ ୧୦ଟି କକ୍ଷଥିବା ପୋଲିସ ଦେଖିବାକୁ ପାଇଥିଲା। ହେଲେ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ସ୍ପା ସେଣ୍ଟରରେ କାର୍ଯ୍ୟରତ ଝିଅମାନେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସର କାର୍ଯ୍ୟକଳାପକୁ ନେଇ ମଦ୍ୟ ଉଠିଛି ପ୍ରଶ୍ନ।

ମତାମତ ଦିଅନ୍ତୁ ।