ଶ୍ରୀନଗର ସଚିବାଳୟରେ ଉଡ଼ିଲା ତ୍ରିରଙ୍ଗା ପତାକା

ନୂଆଦିଲ୍ଲୀ : ଶ୍ରୀନଗର ସଚିବାଳୟରେ ଆଜି ଉଡିଛି ଭାରତର ଜାତୀୟ ପତାକା। ଜମ୍ମୁ-କଶ୍ମୀର ରାଜ୍ୟ ପତାକାକୁ ହଟାଇ ଦିଆଯାଇଛି। ଏଣିକି ଏଠାରେ ତ୍ରିରଙ୍ଗା ପତାକା ହିଁ ଉଡିବ।

ସୂଚନା ଅନୁଯାୟୀ ଧାରା ୩୭୦ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ ହୋଇଛି କେନ୍ଦ୍ରଶାସିତ ଅଞ୍ଚଳ। ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଜମ୍ମୁ-କଶ୍ମୀର ନିଜର ଭିନ୍ନ ପତାକା ଉଡ଼ାଉଥିଲା। ଏବେ ରାଜ୍ୟର ସଚିବାଳୟ ପରି ଶ୍ରୀନଗରରେ ଭାରତର ଜାତୀୟ ପତାକା ଉଡ଼ିବ। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହୋଇ ଯାଇଥିବା ବେଳେ ଦୁଇଟିକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଛି । କିନ୍ତୁ ଜମ୍ମୁ-କଶ୍ମୀରରେ ବିଧାନସଭା ରହୁଥିବା ବେଳେ ଲଦାଖରେ ବିଧାନସଭା ରହିବ ନାହିଁ।

ମତାମତ ଦିଅନ୍ତୁ ।