ସମୁଦ୍ର ମାଡ଼ି ଆସୁଛି, ଅସ୍ତରଙ୍ଗର ୫ଟି ଗାଁ ପାଇଁ ବିପଦ

ଭୁବନେଶ୍ଵର : ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ସମୁଦ୍ର କୂଳ ଲଂଘୁଛି। ଉଦୟକାଣି ଅଞ୍ଚଳର ୫ଟି ଗାଁକୁ ମାଡି ଆସୁଛି ସମୁଦ୍ର ଜୁଆର। ଆତଙ୍କିତ ଅବସ୍ଥାରେ ରହିଛନ୍ତି ଏସବୁ ଗାଁ’ର ଲୋକେ। ଏହି ଗାଁଗୁଡ଼ିକ ସମୁଦ୍ର କୂଳଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବାରୁ ସମୁଦ୍ର ଜୁଆର ଚାଷ ଜମିରେ ପଶିବା ଯୋଗୁ ବାଲି ଚରି ଯାଉଛି। ଫଳରେ ବ୍ୟାପକ ଫସଲ କ୍ଷତି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସମୁଦ୍ର ଜୁଆରକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କିଆ ବାଡର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା କାମ ଦେଉନି ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।