Breaking Newsରାଜ୍ୟ
ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା

ରାଉରକେଲା : ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି। ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଆସିବାକୁ ବାରଣ କରାଯାଇଛି। ଆବେଦନ ଓ ପେମେଣ୍ଟ ଆଦି ଅନ୍ଲାଇନ୍ରେ କରିବାକୁ ଦିଆଯାଇଛି ପରାମର୍ଶ। ଏଥିପାଇଁ ମହାନଗର ନିଗମ ସ୍ୱତନ୍ତ୍ର ଇ-ମେଲ୍ ଆଇଡି ଜାରି କରିଥିବା ବେଳେ ଅଭିଯୋଗ କାର୍ଯ୍ୟାଳୟ ବାହାରେ ଥିବା ଅଭିଯୋଗ ବାକ୍ସରେ ପକାଇବାକୁ କୁହାଯାଇଛି। ସେହିପରି ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ୭ଦିନ ନଆସିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।