ସରକାରୀ ସ୍କୁଲରେ ଶିକ୍ଷାଦାନର ମାନ ତଦାରଖ କରିବ ଏନ୍‌ସିଇଆରଟି

ନୂଆଦିଲ୍ଲୀ : ଓଡିଶା ସମେତ ଦେଶର ୫ଟି ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ଶିକ୍ଷାଦାନର ମାନ ଓ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ, ନ୍ୟାସନାଲ କାଉନସିଲ ଫର୍‌ ଏଡୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆରଟି)। ସରକାରୀ ସ୍କୁଲଗୁଡ଼ିକୁ ନିଜର ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପାଇଁ ନେଇଛି ନିଷ୍ପତ୍ତି। ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସରକାରୀ ସ୍କୁଲମାନଙ୍କରେ ଶିକ୍ଷାଦାନ ବ୍ୟବସ୍ଥାକୁ ଏନ୍‌ସିଇଆରଟି ପ୍ରତ୍ୟକ୍ଷ ଭାବେ ପରିଚାଳନା ସହ ନିୟନ୍ତ୍ରଣ କରିବ। ପ୍ରଥମ ପର୍ଯ୍ୟାୟରେ ଏନ୍‌ସିଇଆରଟିର ଆଞ୍ଚଳିକ ପ୍ରତିଷ୍ଠାନ ଥିବା ଦେଶର ୫ଟି ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।