ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଦୁଇଜଣ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଦେଇଥିବା ଦୁଇଜଣଙ୍କୁ ପୋଲିସ ରାଜସ୍ଥାନ ଯୋଧପୁରରୁ ଗିରଫ କରିଛି। ଏକ କାର ଚୋରି କରୁଥିବା ବେଳେ ଦୁହେଁ ଧରାପଡିଥିବା କୁହାଯାଉଛି। ସେମାନଙ୍କୁ ପଚରାଉଚରା ବେଳେ ସ୍ଵୀକାର କରିଛନ୍ତି ଶସ୍ତା ଲୋକପ୍ରିୟତା ପାଇଁ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ହେଲେ ଏଭଳି କିଛି କରିବାର ଲକ୍ଷ୍ୟ ନଥିଲା। ସେଦୁହେଁ ପୂର୍ବରୁ କାର୍ ଚୋରି ରାକେଟରେ ସକ୍ରିୟ ଥିଲେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।