ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା

ଭୁବନେଶ୍ୱର : ରାଜଧାନୀରେ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଚିନ୍ତା ବଢାଇଛି ସ୍ଥାନୀୟ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଆବଶ୍ୟକ ସ୍ଥଳେ ନିର୍ଦ୍ଦିଷ୍ଟ ବିଭାଗର ଅନୁରୋଧ ଅନୁଯାୟୀ ଗୃହ ବିଭାଗରୁ ପ୍ରବେଶ ଅନୁମତି ମିଳିବ।

ମତାମତ ଦିଅନ୍ତୁ ।