ସିବିଏସ୍‌ଇ ସିଲାବସ୍‌ ୩୦% କମିବ, ବିଷୟବସ୍ତୁ ପରୀକ୍ଷାରେ ପଡ଼ିବନି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସିବିଏସଇ ସିଲାବସକୁ ଚଳିତ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ପାଠ୍ୟକ୍ରମରୁ କେଉଁ ବିଷୟ ରହିବ ଓ କାହାକୁ ବାଦ ଦିଆଯିବ ସେ ବିଷୟରେ ସିବିଏସଇ ଦ୍ୱାରା ଗଠିତ କମିଟି ନିଷ୍ପତ୍ତି ନେବ। ହ୍ରାସ ପାଉଥିବା ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ପଢାଯିବ। ହେଲେ ଇଣ୍ଟରନାଲ ଆସେସମେଣ୍ଟ କିମ୍ବା ବାର୍ଷିକ ପରୀକ୍ଷାରେ ଏ ବିଷୟ ପଡ଼ିବନି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ।

ସିବିଏସଇର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌କୁ ୩୦ ପ୍ରତିଶତ ହ୍ରାସ କରାଯିବ। ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ। ଅତିରିକ୍ତ ୩୦ ପ୍ରତିଶତ ବିଷୟ ପାଠ୍ୟ ଖସଡ଼ାରୁ ବାଦ ଦିଆଯିବ। ନବମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଚାପକୁ ଦୂର କରିବା ପାଇଁ ସିଲାବସ୍‌ରୁ ୩୦% ବିଷୟକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ମତାମତ ଦିଅନ୍ତୁ ।