Breaking Newsଅପରାଧ

ସିମେଣ୍ଟ ବୋଝେଇ ଟ୍ରକ୍ ଓଲଟି ଜଣେ ମୃତ, ୭ ଆହତ

ରାଉରକେଲା : ଆଜି ନୂଆଗାଁରୁ ଝାଡ଼ଖଣ୍ଡ ଓଡଗାଁ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ୭ ଜଣ ଆହତ ଶ୍ରମିକମାନଙ୍କୁ ପ୍ରଥମେ ହାତିବାରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ନୂଆଗାଁର ସାମଲ ଳୁଗୁନ। ଆହତମାନେ ହେଲେ ନୂଆଗାଁର ମହେଶ ଳୁଗୁନ, ମଙ୍ଗଳ ଳୁଗୁନ, ସଲ ଳୁଗୁନ, ସୁରେଶ ଲୁଗୁନ, ରାହୁଲ ସାହୁ, ଲେଥା ହେମ୍ବ୍ରମ, ସତୀଶ ତେଲ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଛି।

ମତାମତ ଦିଅନ୍ତୁ ।

Back to top button