Wed. Dec 11th, 2019

ସୁନା୧୦ ଗ୍ରାମର ମୂଲ୍ୟ ୩୮,୪୭୦

ନୂଆଦିଲ୍ଲୀ : ସୁନାଦର ପୁଣି ବଢିଛି। ଦିଲ୍ଲୀର ସୁନା ବଜାରରେ ୧୦ ଗ୍ରାମପିଛା ୫୦ ଟଙ୍କା ବୃଦ୍ଧି ପାଇ ୩୮,୪୭୦ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଓ ଘରୋଇ ବଜାରରେ ଚାହିଦା ବଢିବ କାରଣରୁ ଏହି ବୃଦ୍ଧି ଘଟିଥିବା ସର୍ବଭାରତୀୟ ସରାଫା ସଂଘ କହିଛି। ଦିଲ୍ଲୀରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବାବେଳେ ରୁପା କିଲୋଗ୍ରାମ ପିଛା ୧୧୫୦ ଟଙ୍କା ହ୍ରାସ ପାଇଛି। ରୁପାଦର କିଲୋଗ୍ରାମ ପିଛା ୪୩,୦୦୦ ଟଙ୍କାରେ ବିକ୍ରି ହେଉଛି।

Leave a Reply

Your email address will not be published. Required fields are marked *