ସୁନ୍ଦରଗଡରେ ନକଲି ମଦ କାରଖାନା ଠାବ, ୩ ଗିରଫ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ଦୁଇଟି ନକଲି ମଦ କାରଖାନା ଠାବ କରିଛି ଅବକାରୀ ବିଭାଗ। ଏଥିସହ ଲକ୍ଷାଧିକ ଟଙ୍କାର ମଦ ଓ ବଟଲିଂ ସାମଗ୍ରୀ ଜବତ ହୋଇଥିବା ବେଳେ ତିନି ଜଣଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ଅବକାରୀ ନିରୀକ୍ଷକ ସତ୍ୟଜିତ ଖଟୁଆଙ୍କ ନେତୃତ୍ଵରେ ସଦର ଅବକାରୀ ଟିମ ଖୁଂଟଗାଁର ଅଜିତ ଓରାମଙ୍କ ଘରେ ଚଢଉ କରିଥିଲେ। ସେଠାରୁ ଝାରଖଣ୍ଡରୁ ଅଣା ଯାଇଥିବା ଶସ୍ତା ମଦ, ଖାଲି ବୋତଲ ଓ ନକଲି ସିଲ ଇତ୍ୟାଦି ମିଳିଥିଲା। ଅଜିତ ଶସ୍ତା ମଦକୁ ଦାମୀ ବୋତଲରେ ଭର୍ତ୍ତିକରି ବଜାରରେ ବିକ୍ରୀ କରୁଥିଲେ। ଏହାଛଡା ଅବକାରୀ ଟିମ ପାତକିଯୋରରେ ରହୁଥିବା ପଙ୍କଜ କୁମାରଙ୍କ ଘରେ ଚଢଉ କରି ନକଲି ମଦ ବଟଲିଂ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।