ସୁପ୍ରିମକୋର୍ଟ ଅନୁମତି ଦେଲେ ଗୃହବନ୍ଦୀ ମେହବୁବାଙ୍କୁ ଭେଟି ପାରିବେ ଝିଅ

ନୂଆଦିଲ୍ଲୀ : ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତୀଙ୍କୁ ତାଙ୍କ ଝିଅ ଇଲ୍‌ତିଜା ଭେଟି ପାରିବେ। ଆଜି ଏନେଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ମେହବୁବାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ତା’ଙ୍କୁ ଭେଟିବାକୁ ଝିଅ ଇଲ୍‌ତିଜା ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ। ଏହିରେ ସେ ମା’ଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଚିନ୍ତିତ ଥିବାରୁ ଦେଖା କରିବାକୁ ଅନୁମତି ମାଗିଥିଲେ। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍‌ ଏ ବବ୍‌ଡେ ଓ ଏସ୍‌ ଏ ନଜୀରଙ୍କ ଖଣ୍ଡପୀଠ ଆବେଦନର ଶୁଣାଣୀ କରି ମୁଫ୍‌ତୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ସେ ଚେନ୍ନାଇରୁ ମୁଫ୍‌ତୀଙ୍କୁ ଦେଖା କରିବାକୁ ଶ୍ରୀନଗର ଆସିବା ସହିତ ଅନ୍ୟ ସ୍ଥାନକୁ ଯାଇ ପାରିବେ। କିନ୍ତୁ ତାଙ୍କୁ ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।