ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି ହେବ। ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଆଜି ଅନୁମୋଦନ ମିଳିଛି। ଏବେ ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେଲେ ୩୦ଜଣ ବିଚାରପତି ଅଛନ୍ତି। ପ୍ରଧାନ ବିଚାରପତିଙ୍କୁ ସାମିଲ କଲେ ବିଚାରପତି ସଂଖ୍ୟା ୩୧ ରହିଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ରଲେଖି ସୁପ୍ରିମ୍‌ କୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ। ପ୍ରଧାନ ବିଚାରପତିଙ୍କ ପତ୍ରକୁ ବିଚାରକୁ ନେଇ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ମତାମତ ଦିଅନ୍ତୁ ।